ପଇଡ଼ ଭିତରେ ଗଞ୍ଜେଇ ଚାଲାଣ





                    ପଇଡ଼ ଭିତରେ ଗଞ୍ଜେଇ ଚାଲାଣ




http://gadgetssurvey.blogspot.com

ଭୁବନେଶ୍ୱର: ଛତିଶଗଡ଼ ପୋଲିସକୁ ଏକ ବଡ଼ ସଫଳତା।  ପ୍ରାୟ ୧୦ କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣବେଳେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ହାତରେ ଏହା ଧରାପଡ଼ିଛି।
ମାଲକାନଗିରି ଜିଲ୍ଲାରୁ ଗଞ୍ଜେଇ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବାବେଳେ ଏହା ଧରାପଡ଼ିଛି। ଏଠାରେ ସବୁଠୁ ବଡ଼ କଥା ହେଉଛି ଯେ, ଅଭିନବ ଉପାୟରେ ଗଦା ଗଦା ପଇଡ ଭିତରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି।
ଏହି ଘଟଣାରେ ପୋଲିସ୍‌ ୩ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

Comments